Lyrics

ମୋ ଭାଲେ ଥିଲା କି ଲିହି କଲି ମଲ୍ଲୀ ରୋପଣ ତହୁଁ ଜନ୍ମିଲା ତୃଣ ଚିନ୍ତା ରତନଗଣ ହେଲା ପାଷାଣ କଣ । ଘୋଷା । ଚୂତ ଫଳିଲା ନାଗରଙ୍ଗ କଟି ମେଖଳା ହେଲା ଭୁଜଙ୍ଗ ତଟିନୀ ତଟେ ବାସ କରି ନ ଗଲା ଶୋଷ ପିଇବାର ପୀୟୂଷ ପାନରେ ହେଲା ବିଷ । ୧ । ମଧୁ ଶାକର ହେଲା ନିମ୍ବ ରବି ପରି ହେଲା ଚନ୍ଦ୍ରବିମ୍ବ ଧାତାର କି ବିବେକ ଚଞ୍ଚୁଜିତ କିଂଶୁକ ପଢ଼ା ପଣ୍ଡିତ ଶୁକ ହେଲା ମୋ ଦ୍ରୋଣ କାକ । ୨ । ମନ୍ଦାକିନୀରେ ନିମଜ୍ଜିଲି ନିନ୍ଦା କାହିଁକି ଅରଜିଲି ଚଢ଼ିଲି ମେରୁଚୂଳ ଭୋଗ ହେଲା ଅତଳ ବ୍ରହ୍ମଜାତି ପାଟଳ ହୀରା ହେଲା ପିତ୍ତଳ । ୩ । ଆଉ ନ ରମିବି ନବୀନା ଜୀବନ ଯିବ ତାଙ୍କ ବିନା ଏ ଚିନ୍ତାର ମନ୍ଦିର ହେଲେ ଶ୍ୟାମସୁନ୍ଦର ବନ୍ଦଇ ଜଳନ୍ତର ଅବନୀ ପୁରନ୍ଦର । ୪ ।
Writer(s): Balakrishna Dash, Kavisurya Lyrics powered by www.musixmatch.com
instagramSharePathic_arrow_out