Lyrics

କଦମ୍ବର ତଳେ, ଶୟନର ବେଳେ ବଂଶୀ ସମସ୍ଥାନେ ଦେଇ ସର୍ବ ଗୋପୀମାନେ ନୀର ଆଣିଗଲେ ବଂଶୀ ମୋ ନେଲ ଚୋରାଇ ଗୋ ରାଧେ, ବଂଶୀଟି ଆମର ଦିଅ ଗୋ ରାଧେ, ବଂଶୀଟି ଆମର ଦିଅ ହସ୍ତର କଙ୍କଣ ଗଳା ରତ୍ନହାର ଯାହା ଇଚ୍ଛା ତାହା ନିଅ ଗୋ ରାଧେ, ବଂଶୀଟି ଆମର ଦିଅ ଗୋ ରାଧେ, ବଂଶୀଟି ଆମର ଦିଅ ଅତି ଯତନରେ ବଂଶୀ ଗଢ଼ାଇଲି ସୁନାର ବେଣ୍ଟ ଲଗାଇ କେ ଯାଇ କହିବ ମାତାଙ୍କ ଛାମୁରେ ବଂଶୀ ମୋ ନେଲ ଚୋରାଇ? ଗୋ ରାଧେ, ବଂଶୀଟି ଆମର ଦିଅ ଗୋ ରାଧେ, ବଂଶୀଟି ଆମର ଦିଅ ବ୍ରହ୍ମା ଦେଇଥିଲେ ଅପୂର୍ବ ମୁରଲୀ ଶୁଭଇ ଅମୃତ ଧ୍ଵନି ବଂଶୀ ବିନୁ ମତେ ଅନ୍ନ ନ ରୁଚଇ ନ ଖାଇ ଯେ କ୍ଷୀର ପାଣି ଗୋ ରାଧେ, ବଂଶୀଟି ଆମର ଦିଅ ଗୋ ରାଧେ, ବଂଶୀଟି ଆମର ଦିଅ କଳାମେଘି ଶାଢ଼ୀ ପିନ୍ଧିବାର ବେଳେ ଅନାଇ ରହିଲି ସହି ପଛର ପଣତ ଆଗକୁ ପକାଇ ବଂଶୀ ମୋ ନେଲ ଚୋରାଇ ଗୋ ରାଧେ, ବଂଶୀଟି ଆମର ଦିଅ ଗୋ ରାଧେ, ବଂଶୀଟି ଆମର ଦିଅ ଦୂତୀ ମୁଖ ଚାହିଁ ରାଧିକା ବୋଲନ୍ତି ଆମ୍ଭେ ତ ନ ଜାଣୁ ବେଣୁ ଅରକ୍ଷିତ ରଘୁ ଗୀତରେ ଭଣିଲେ ନଟବର ନିଆଁ କାହ୍ନୁ ଗୋ ରାଧେ, ବଂଶୀଟି ଆମର ଦିଅ ଗୋ ରାଧେ, ବଂଶୀଟି ଆମର ଦିଅ
Writer(s): Akhshay Mohanty Lyrics powered by www.musixmatch.com
instagramSharePathic_arrow_out