Lyrics

ହାଏ ମୁଁ ଯାଉଥିଲି ରଜାଙ୍କ ନଅର କେଉଁ ଆଡ଼େ ମୋର ନଥିଲା ନଜର ମୋତେ ବାଟରେ ଧରିଲେ ଗୁଣ୍ଡା ସେ ତ ମାଲୁଣିର ପଲେ ଗୁଣ୍ଡା ଆରେ, ମାଲୁଣିବୁଢ଼ି ସେ ମନ୍ତୁରାଇ ମତେ ଦିନରେ କରିଲା ମେଣ୍ଢା ମାଲୁଣିବୁଢ଼ି ସେ ମନ୍ତୁରାଇ ମତେ ଦିନରେ କରିଲା ମେଣ୍ଢା ଆଉ ରାତିରେ କରିଲା ଭେଣ୍ଡା ରାତିରେ କରିଲା ଭେଣ୍ଡା ମାଲୁଣିବୁଢ଼ୀ ସେ ବୟସ ଦି କୋଡ଼ି ପୁଣି ମିସାଦ ତହିଁ ପଚାରିଲେ ତାକୁ ଏତେ ବୁଢ଼ୀ ବୋଲି ଜମା ସେ ତ ମାନେ ନାହିଁ ରସିକ ମାଲୁଣି କହିଲା ଶିଖେଇ ରହିବାକୁ ସାଥେ ତାକୁ ବାହା ହୋଇ ରାଜି ନହେଲେ ଡରାଇଲା ମତେ କରିଦେବ ବୋଲି ଲଣ୍ଡା ରାଜି ନହେଲେ ଡରାଇଲା ମତେ କରିଦେବ ବୋଲି ଲଣ୍ଡା ଆରେ, ଲଗାଇ ତାହାର ଗୁଣ୍ଡା ଲଗାଇ ତାହାର ଗୁଣ୍ଡା ମାଲୁଣିର ଥିଲା ସୁନାନାକି ଝିଅ, ମୋତେ ସେ ପାଇଲା ଭଲ ମା'କୁ ଦେଲା ଶୋଇଲା ବେଳେ ଖୀରରେ ଟିକେ ଜହର ମାଲୁଣି ଝିଅକୁ ଗଲି ବିଭା ହୋଇ ରହିଲି ତା ଘରେ ଘର ଜ୍ଵଇଁ ହୋଇ, ହୋ ଯଉତୁକ ବୋଲି ପାଇଲି ଯାହା ମୁଁ ପଲେ ମେଣ୍ଢା, ପଲେ ପଣ୍ଡା ଯଉତୁକ ବୋଲି ପାଇଲି ଯାହା ମୁଁ ପଲେ ମେଣ୍ଢା, ପଲେ ପଣ୍ଡା ଆଉ ମାଲୁଣିର ପଲେ ଗୁଣ୍ଡା ମାଲୁଣିର ପଲେ ଗୁଣ୍ଡା
Writer(s): Akshaya Mohanty, Srishananda Kanungo Lyrics powered by www.musixmatch.com
instagramSharePathic_arrow_out