Lyrics

ଏ ପରବତ କୁଞ୍ଚି କୁଞ୍ଚିକା ଏ ନଈ ଯାଏ ବହି ବହିକା ଏ ଜହ୍ନ ଯାଏ ଘୁଞ୍ଚି ଘୁଞ୍ଚିକା ମୋ ପ୍ରିୟା ଯାଏ ରୁଷି ରୁଷିକା ଏ ପରବତ କୁଞ୍ଚି କୁଞ୍ଚିକା ଏ ନଈ ଯାଏ ବହି ବହିକା ଏ ଜହ୍ନ ଯାଏ ଘୁଞ୍ଚି ଘୁଞ୍ଚିକା ମୋ ପ୍ରିୟା ଯାଏ ରୁଷି ରୁଷିକା ଏ ଜହ୍ନ ଯାଏ ଘୁଞ୍ଚି ଘୁଞ୍ଚିକା ମୋ ପ୍ରିୟା ଯାଏ ରୁଷି ରୁଷିକା ମୁଁ ଦେଲି ଗୋଲାପ ଫୁଲ ସେ କହେ କଣ୍ଟକ ଭଲ ମୁଁ ଦେଲି ଗୋଲାପ ଫୁଲ ସେ କହେ କଣ୍ଟକ ଭଲ ମୁଁ ଯେବେ ମାଗିଲି ନିଦ ସେ ମାଗେ ସରଗ ଚାନ୍ଦ ଅଝଟ ବାଳିକା, ଅବୁଝା ନାୟିକା ଏ ରାତି ଯାଏ ଝୁମି ଝୁମିକା ଏ ମଲ୍ଲି ବାସେ ଝରି ଝରିକା ଏ କଇଁ ହସେ ଛପି ଛପିକା ମୋ ପ୍ରିୟା କାନ୍ଦେ ମିଛି ମିଛିକା ଏ ରାତି ଯାଏ ରେ ସରି ଏ ଫୁଲ ଯାଏ ରେ ଝରି ଏ ରାତି ଯାଏ ରେ ସରି ଏ ଫୁଲ ଯାଏ ରେ ଝରି ସବୁ ଜାଣି, ସବୁ ବୁଝି ଅଜଣା ସେ ସତେ ଆଜି ଅଝଟ ବାଳିକା, ଅବୁଝା ନାୟିକା ଏ ମେଘ ଯାଏ ଭାସି ଭାସିକା ଏ ତାରା କରେ ମିଟି ମିଟିକା ଏ ବଂଶୀ ବାଜେ ରହି ରହିକା ମୋ ପ୍ରିୟା ଗାଏ ଲୁଚି ଲୁଚିକା ଏ ବଂଶୀ ବାଜେ ରହି ରହିକା ମୋ ପ୍ରିୟା ଗାଏ ଲୁଚି ଲୁଚିକା ମୋ ପ୍ରିୟା ଗାଏ ଲୁଚି ଲୁଚିକା
Writer(s): Prafulla Kar, Srivatsa Patnaik Lyrics powered by www.musixmatch.com
instagramSharePathic_arrow_out