Lyrics

ଏମିତି ଝିଅକୁ ମୁଁ ଭଲ ପାଉଛି ହୋ, ଏମିତି ଝିଅକୁ ମୁଁ ଭଲ ପାଉଛି ତା ଆଖି, ତା ଓଠ କଥା କହୁଛି ଚାନ୍ଦିନୀ ତାକୁ ପରା ଧୋଇ ଦେଇଛି ଦେହରେ ଫଗୁଣ ତା ରଙ୍ଗ ବୋଳିଛି ପାଖକୁ ଆସେନା, ଦୂରକୁ ଯାଏନା ପାଖକୁ ଆସେନା, ଦୂରକୁ ଯାଏନା ପ୍ରେମର ଶିକୁଳିରେ ବାନ୍ଧି ଦେଇଛି ତା ଆଖି, ତା ଓଠ କଥା କହୁଛି ଏମିତି ଝିଅକୁ ମୁଁ ଭଲ ପାଉଛି ତା ଆଖି, ତା ଓଠ କଥା କହୁଛି ସପନ ଦୋଳିରେ ବସି, ମାନସୀ ଆସୁଛି ନିତି ଅଳପ-ଅଳପ ହସି, ବାଣ୍ଟିଦିଏ କିଛି ପ୍ରୀତି ହୋ, ସପନ ଦୋଳିରେ ବସି, ମାନସୀ ଆସୁଛି ନିତି ଅଳପ-ଅଳପ ହସି, ବାଣ୍ଟିଦିଏ କିଛି ପ୍ରୀତି ଦିନ ମୋ ବିତୁନି, ରାତି ବି କଟୁନି ହଁ, ଦିନ ମୋ ବିତୁନି, ରାତି ବି କଟୁନି ମରି ମୁଁ ପାରୁଛି ନା ବଞ୍ଚି ପାରୁଛି ତା ଆଖି, ତା ଓଠ କଥା କହୁଛି ଏମିତି ଝିଅକୁ ମୁଁ ଭଲ ପାଉଛି ତା ଆଖି, ତା ଓଠ କଥା କହୁଛି ବିଧାତା ଗଢିଛି ତାକୁ, ମୋ ପାଇଁ ଯତନ କରି ଜୀବନ ଯିବ ମୋ ଛାଡି, ଯେଉଁ ଦିନ ଯିବି ଭୁଲି ହଁ, ବିଧାତା ଗଢିଛି ତାକୁ, ମୋ ପାଇଁ ଯତନ କରି ଜୀବନ ଯିବ ମୋ ଛାଡି, ଯେଉଁ ଦିନ ଯିବି ଭୁଲି ଉଠୁଛି-ବସୁଛି, ଯାହା ବି କରୁଛି ହାଁ, ଉଠୁଛି-ବସୁଛି, ଯାହା ବି କରୁଛି ତା କଥା ସତରେ ମୁଁ କେତେ ଭାବୁଛି ତା ଆଖି, ତା ଓଠ କଥା କହୁଛି ଏମିତି ଝିଅକୁ ମୁଁ ଭଲ ପାଉଛି ଓ, ଏମିତି ଝିଅକୁ ମୁଁ ଭଲ ପାଉଛି ତା ଆଖି, ତା ଓଠ କଥା କହୁଛି ଚାନ୍ଦିନୀ ତାକୁ ପରା ଧୋଇ ଦେଇଛି ଦେହରେ ଫଗୁଣ ତା ରଙ୍ଗ ବୋଳିଛି ପାଖକୁ ଆସେନା, ଦୂରକୁ ଯାଏନା ପାଖକୁ ଆସେନା, ଦୂରକୁ ଯାଏନା ପ୍ରେମର ଶିକୁଳିରେ ବାନ୍ଧି ଦେଇଛି ତା ଆଖି, ତା ଓଠ କଥା କହୁଛି ତା ଆଖି, ତା ଓଠ କଥା କହୁଛି ତା ଆଖି, ତା ଓଠ କଥା କହୁଛି
Lyrics powered by www.musixmatch.com
instagramSharePathic_arrow_out