Featured In

Credits

PERFORMING ARTISTS
Bibhu Kishore
Bibhu Kishore
Performer
Gagan Bihari
Gagan Bihari
Performer
Sangita Mishra
Sangita Mishra
Performer
Ira Mohanty
Ira Mohanty
Performer
Sailabhama Mohapatra
Sailabhama Mohapatra
Performer
COMPOSITION & LYRICS
Malaya Mishra
Malaya Mishra
Composer
Pravanshu Samantaray
Pravanshu Samantaray
Composer
Basant Raj Samal
Basant Raj Samal
Songwriter

Lyrics

ଆହା-ଆହା ଓହୋ, ଓହୋ, ଓହୋ ଟିପି-ଟିପି ଚନ୍ଦନକୁ ଚିକିମିକି ହସ ସତେକି ଚାନ୍ଦ ହେଇଛି ନୂଆ ବୋହୂ ବେଶ ସୁନାଜରି ଓଢ଼ଣୀ କି ରୂପାଜରି ପାଟ ଭିତରେ ଭିତରେ ଝିଅ ଭାରି ଛଟପଟ ଫୁଲ ପାଇଁ ଖୋଲିଗଲା ଦେଉଳର ବେଢ଼ା ରାତି ହେଲେ ଚହଟିବ ନାଲି କୃଷ୍ଣଚୁଡ଼ା ଛାତି ହବ... ଛାତି ହବ ନାହିଁ ଆଉ ପ୍ରୀତି ହବ ସୁଅ ଲୋ ଦିଅ ଲୋ, ଦିଅ ଲୋ, ଦିଅ ଲୋ, ଦିଅ ଲୋ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ସୁନାରେ ସୁନାରେ ଛାଇଦିଅ ଲୋ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ସୁନାର କଣ୍ଢେଇ ହବ ଝିଅ ଲୋ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ଆଜି ରାତି ଛୁଆଁଛୁଇଁ ଚାନ୍ଦ ଆଉ ଚକୁର ଆଜିଠାରୁ ମୁହାଁମୁହିଁ ମେଘ ଆଉ ମୟୂର କୁଲୁ-କୁଲୁ-କୁଲୁ, ହୁଲୁସ୍ତୁଲୁ-ହୁଲୁସ୍ତୁଲୁ, ହେ ଆଜିଠାରୁ ଭାବପ୍ରୀତି ଶୋଷ ଆଉ ପାଣିର ସବୁରାତି ମଧୁରାତି ରଜା ଆଉ ରାଣୀର ଦୁକୁ-ଦୁଲୁ-ଦୁଲୁ, ହେ, ମଶଗୁଲୁ-ମଶଗୁଲୁ ଫୁଲରେ ଫୁଲରେ ଆଜି ଗଢ଼ା ହେଲା ସବାରୀ କୋଇଲିର ସୁରେ ଆଜି ବାଜେ ଯୋଡ଼ି ମହୁରୀ ଫୁଲ ଡୋରି... ଫୁଲଡୋରି ଠାରୁ ଟାଣ ଶିକୁଳି ବି ନୁହଁ ଲୋ ଦିଅ ଲୋ, ଦିଅ ଲୋ, ଦିଅ ଲୋ, ଦିଅ ଲୋ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ଫୁଲରେ ଫୁଲରେ ଛାଇ ଦିଅ ଲୋ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ଫୁଲରାଣୀ ହବ ଆଜି ଝିଅ ଲୋ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ପ୍ରେମ ପଛେ ମାରିପାରେ, ହାରିନାହିଁ କଉଠି ପ୍ରେମ ପାଇଁ ଦୂର ନୁହଁ ବାହା, ଲଗ୍ନ, ଚଉଠି ଟୁଆଁଟୁଇଁ, ଛୁଆଁଛୁଇଁ ପ୍ରେମ ହେଲେ ପଥର ଲୋ ଦୁନିଆଁ ଟା ପତର ପ୍ରେମ ଗଢ଼ିପାରେ ସ୍ବର୍ଗ, ପ୍ରେମ ଗଢେ ମନ୍ଦିର ଶୁଆ ଶାରୀ, ଠରା-ଠରି କଳସୀକୁ ମିଳିଗଲା ପ୍ରେମର ଯମୁନା ତୁଳସୀକି ମିଳିଗଲା ତା ମନ ଅଗଣା ଛିଡ଼ିବନି... ଛିଡ଼ିବନି ଆଉ ଏଇ ଭାବ ସୂତାଖିଅ ଲୋ ଦିଅ ଲୋ, ଦିଅ ଲୋ, ଦିଅ ଲୋ, ଦିଅ ଲୋ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ବନ୍ଦାଣ ଥାଳିରେ ଦୀପ ଦିଅ ଲୋ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ରାତିର ଦୀପାଳି ହବ ଝିଅ ଲୋ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ ଝିଅକୁ ସଜେଇ ଦିଅ
Lyrics powered by www.musixmatch.com
instagramSharePathic_arrow_out