Lyrics

ଛଅଟି ବେଶ ପ୍ରଭୁଙ୍କର ଦେଖ, ଏଇ ପଞ୍ଚୁକରେ ଛଅଟି ବେଶ ପ୍ରଭୁଙ୍କର ଦେଖ, ଏଇ ପଞ୍ଚୁକରେ ବେଶ ନାଗାର୍ଜୁନ ଅତି ମନୋରମ ବେଶ ନାଗାର୍ଜୁନ ଅତି ମନୋରମ, ମଳତିଥିରେ ମଳତିଥିରେ ପ୍ରଭୁଙ୍କ ଦର୍ଶନ ମାତ୍ରେ ମହାପୂଣ୍ୟ ମିଳେ ମଳତିଥିରେ ପ୍ରଭୁଙ୍କ ଦର୍ଶନ ମାତ୍ରେ ମହାପୂଣ୍ୟ ମିଳେ ଛଅଟି ବେଶ ପ୍ରଭୁଙ୍କର ଦେଖ, ଏଇ ପଞ୍ଚୁକରେ ଏକାଦଶୀରେ ଲକ୍ଷ୍ମୀନାରାୟଣ ଠିଆ-ଠିଆ ବେଶ ତାର ଅନ୍ୟନାମ ଦ୍ଵାଦଶେ ତିଥିରେ ବାଙ୍କ-ଚୁଡ଼ା ବେଶ ସୁନ୍ଦର ବେଶଟି ଦେଖିବା ଆସ କଳି କାଳରେ ସେ କଳା ଗୋବିନ୍ଦ କଳି କାଳରେ ସେ କଳା ଗୋବିନ୍ଦ ଗୋବିନ୍ଦ ନାମ... ଗୋବିନ୍ଦ ନାମ ସମରଣ କଲେ ପାପୀର ସବୁ ପାପ ସରେ ଗୋବିନ୍ଦ ନାମ ସମରଣ କଲେ ପାପୀର ସବୁ ପାପ ସରେ ଛଅଟି ବେଶ ପ୍ରଭୁଙ୍କର ଦେଖ, ଏଇ ପଞ୍ଚୁକରେ ତ୍ରୟୋଦଶୀରେ ବେଶ ତ୍ରି-ବିକ୍ରମ ଆଡ଼କିଆ ବେଶ ତାର ଅନ୍ୟନାମ ଲକ୍ଷ୍ମୀ-ନୃସିଂହ ବେଶ ଚତୁର୍ଦ୍ଦଶୀ ଦିନ ଡାଳିକିଆ ବେଶ କର ଦରଶନ ପୂର୍ଣ୍ଣମୀ ତିଥିରେ ସୁନାବେଶ ସିନା ପୂର୍ଣ୍ଣମୀ ତିଥିରେ ସୁନାବେଶ ସିନା ସେ ବେଶ... ସେ ବେଶ ରାଜ-ରଜେଶ୍ୱର ଦେଖ ଶ୍ରୀମନ୍ଦିରରେ ସେ ବେଶ ରାଜ-ରଜେଶ୍ୱର ଦେଖ ଶ୍ରୀମନ୍ଦିରରେ ଛଅଟି ବେଶ ପ୍ରଭୁଙ୍କର ଦେଖ, ଏଇ ପଞ୍ଚୁକରେ ଏଇ ପଞ୍ଚୁକରେ, ଏଇ ପଞ୍ଚୁକରେ
Writer(s): Shiv Lyrics powered by www.musixmatch.com
instagramSharePathic_arrow_out