Lyrics

ଆକା ମା' ବୋଇ ପାନ, ଗୁଆ ସଜେଇ ଆକା ମା' ବୋଇ ପାନ, ଗୁଆ ସଜେଇ ଧରମ ଡଙ୍ଗାକୁ ଦେବା ରେ ଭସେଇ (ଧରମ ଡଙ୍ଗାକୁ ଦେବା ରେ ଭସେଇ) କାର୍ତ୍ତିକ ମାସ, ଆଜି ପରା ପୁନେଇ କାର୍ତ୍ତିକ ମାସ, ଆଜି ପରା ପୁନେଇ ଧରମ ଡଙ୍ଗାକୁ ଦେବା ଲୋ ଭସେଇ (ଧରମ ଡଙ୍ଗାକୁ ଦେବା ଲୋ ଭସେଇ) ଉଠି ପାହାନ୍ତାରୁ ବୁଡ଼ ଦେବା ପକେଇ ଉଠି ପାହାନ୍ତାରୁ ବୁଡ଼ ଦେବା ପକେଇ ସକଳ ପାପକୁ ଦେବା ଲୋ ଛଡ଼େଇ ସକଳ ପାପକୁ ଦେବା ଲୋ ଛଡ଼େଇ ମାସକ ପୁଣ୍ୟ ଯିବା ଲୋ ଆଜି ପାଇ ମାସକ ପୁଣ୍ୟ ଯିବା ଲୋ ଆଜି ପାଇ ଧରମ ଡଙ୍ଗାକୁ ଦେବା ଲୋ ଭସେଇ (ଧରମ ଡଙ୍ଗାକୁ ଦେବା ଲୋ ଭସେଇ) ରଙ୍ଗ ମୁରୁଜରେ ଚଉରା ଦେବା ରଙ୍ଗେଇ ରଙ୍ଗ ମୁରୁଜରେ ଚଉରା ଦେବା ରଙ୍ଗେଇ ମନକୁ ଭକ୍ତିରେ ଦେବା ଲୋ ଭିଜେଇ ମନକୁ ଭକ୍ତିରେ ଦେବା ଲୋ ଭିଜେଇ କାର୍ତ୍ତିକ-ବ୍ରତ ଦେବା ଲୋ ଆଜି ଉଝେଇ କାର୍ତ୍ତିକ-ବ୍ରତ ଦେବା ଲୋ ଆଜି ଉଝେଇ ଧରମ ଡଙ୍ଗାକୁ ଦେବା ଲୋ ଭସେଇ ଧରମ ଡଙ୍ଗାକୁ ଦେବା ଲୋ ଭସେଇ ଆକା ମା' ବୋଇ ପାନ, ଗୁଆ ସଜେଇ ଆକା ମା' ବୋଇ ପାନ, ଗୁଆ ସଜେଇ ଧରମ ଡଙ୍ଗାକୁ ଦେବା ରେ ଭସେଇ ଧରମ ଡଙ୍ଗାକୁ ଦେବା ରେ ଭସେଇ (ଧରମ ଡଙ୍ଗାକୁ ଦେବା ରେ ଭସେଇ)
Writer(s): Shiv Lyrics powered by www.musixmatch.com
instagramSharePathic_arrow_out