Lyrics

ସିଂହଦ୍ୱାରେ ଆଜି ଲାଗିଛି ଗହଳି ଦେଖିବାକୁ ଲକ୍ଷ୍ମୀ ନାରାୟଣ କଳି ସାଆନ୍ତ ଉପରେ ରାଗି ସାଆନ୍ତାଣୀ କବାଟ ଦେଇଛନ୍ତି କିଳି ଲୋ ଜଗା ରଥରୁ ଓହ୍ଲାଏ ଝୁଲି-ଝୁଲି ଲୋ ଦେଉଳ କୁ ଯିବ ବୋଲି ଜଗା ରଥରୁ ଓହ୍ଲାଏ ଝୁଲି-ଝୁଲି ଲୋ ଦେଉଳ କୁ ଯିବ ବୋଲି ଅଣ୍ଟାରେ ଲୁଗାକୁ ଦେଇଛନ୍ତି ଭିଡ଼ି ରାଗେ ଟହଲନ୍ତି ଗୋଡ଼ କୁ କଚାଡ଼ି କପଟୀ କାଳିଆ କେତେ ବୁଝେଇବେ ପଣ କରିଛନ୍ତି ମାଆ କେବେ ନ ବୁଝିବେ ଜଳକ ବାଟି ରେ ସଖୀ ଦେଖିଦେଲା ସାଆନ୍ତେ ଆସିଲେ ମାଆ ଙ୍କୁ କହିଲା ଉପରେ-ଉପରେ ରାଗ ତମ-ତମ ଭିତରେ-ଭିତରେ ପ୍ରେମ ଯାଏ ଖେଳି ଲୋ ଲକ୍ଷ୍ମୀ କବାଟ ସେପାଖୁ କଲେ କଳି ଲୋ ଜଗା ଏପାଖରେ ହୁଏ ଭାଳି ଲକ୍ଷ୍ମୀ କବାଟ ସେପାଖୁ କଲେ କଳି ଲୋ ଜଗା ଏପାଖରେ ହୁଏ ଭାଳି କଳିରେ-କଳିରେ ବିତିଯାଏ ବେଳ ହେଲେ ନିରୁପାୟ କାଳିଆ ଠାକୁର ଶେଷରେ କାଳିଆ ରସୋଗୋଲା ଦେଇ ସାଆନ୍ତାଣୀ ଙ୍କ ର ମନ ନେଲେ ମନେଇ ମାନଅଭିମାନ ଗଲା ସବୁ ସରି ନୀଳାଦ୍ରିବିଜୟ କଲେ ବନମାଳୀ ତୁଟିଗଲା କଳି, ହେଲେ କୋଳାକୋଳି ସ୍ୱର୍ଗୁ ଦେବତା ଦେଲେ ତାଳି ଲୋ ବଡ଼ଦେଉଳେ ଆନନ୍ଦ ଗଲା ଖେଳି ଲୋ ଶୁଭେ ହରିବୋଲ, ହୁଳ-ହୁଳି ବଡ଼ଦେଉଳେ ଆନନ୍ଦ ଗଲା ଖେଳି ଲୋ ଶୁଭେ ହରିବୋଲ, ହୁଳ-ହୁଳି ବଡ଼ଦେଉଳେ ଆନନ୍ଦ ଗଲା ଖେଳି ଲୋ ଶୁଭେ ହରିବୋଲ, ହୁଳ-ହୁଳି ବଡ଼ଦେଉଳେ ଆନନ୍ଦ ଗଲା ଖେଳି ଲୋ ଶୁଭେ ହରିବୋଲ, ହୁଳ-ହୁଳି
Lyrics powered by www.musixmatch.com
instagramSharePathic_arrow_out