Top Songs By Chitta Jena
Credits
PERFORMING ARTISTS
Chitta Jena
Performer
PRODUCTION & ENGINEERING
Tips Industries Ltd
Producer
Lyrics
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ହୋ
ପୁତ୍ର ମୋର, କନ୍ୟା ମୋର, ଭାର୍ଯ୍ୟା ତ ମୋହର
କିଏ କାହାର ତୁ ମିଛେ ହେଉ ମୋର ମୋର
ପୁତ୍ର ମୋର, କନ୍ୟା ମୋର, ଭାର୍ଯ୍ୟା ତ ମୋହର
କିଏ କାହାର ତୁ ମିଛେ ହେଉ ମୋର ମୋର
ମନ ରେ, ମନ ରେ
ମଲେ ତତେ ଛୁଇଁବେନି ମଡା କହି
ମନ ମରିବୁ ତ...
ମନ ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ହୋ
ମୁଣ୍ଡ ଝାଳ ତୁଣ୍ଡେ ମାରି ଧନ ତୁ ଅର୍ଜିଲୁ
ଅଧିକରୁ ଅଧିକ ତୁ ଆପେ ଆବରିଲୁ
ମୁଣ୍ଡ ଝାଳ ତୁଣ୍ଡେ ମାରି ଧନ ତୁ ଅର୍ଜିଲୁ
ଅଧିକରୁ ଅଧିକ ତୁ ଆପେ ଆବରିଲୁ
ମନ ରେ, ମନ ରେ
ନ ଭାବିଲୁ ଶେଷେ ଲୋଡ଼ା ଚାରି ହାତ ଭୂଇଁ
ମନ ମରିବୁ ତ...
ମନ ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ହୋ
ମୁହେଁ ତୋର ନିଆଁ ଦେଇ ଦଶ ଦିନ ପାଳି
ପିଣ୍ଡ ଦେଇ ସୁଧି ହେଲେ ସବୁ ଯିବେ ଭୁଲି
ମୁହେଁ ତୋର ନିଆଁ ଦେଇ ଦଶ ଦିନ ପାଳି
ପିଣ୍ଡ ଦେଇ ସୁଧି ହେଲେ ସବୁ ଯିବେ ଭୁଲି
ମନ ରେ, ମନ ରେ
ସବୁ ହେବେ ପର ଏକା ନିଜର ତ ସେଇ
ମନ ମରିବୁ ତ...
ମନ ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରତ ମଣ୍ଡଳେ ତୋର ମାଟି ଘଟ ବୋହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
ମରିବୁ ତ ଦିନେ, ଭଜ ହରି ନାମ ତୁହି
Writer(s): Prafulla Kar, Sibu Sibu
Lyrics powered by www.musixmatch.com