Lyrics

କର କ୍ଷମା ରେ ରତି ପ୍ରତିମା ତୁ ଜଣା ନ ଥିଲା ମାଜଣା ହେବେ ବୋଲି ଜେମା । ଘୋଷା । କେଉଁ ପ୍ରତିହାରିଣୀ କି ଦାସୀ କହିଥାନ୍ତା ଯେବେ ଧାଇଁ ଆସି ତା ନ ମାନି ପଶିଥିଲେ ଝାସି ମାନ ଉଚିତ ମୋ ଠାରେ ତନୁମଧ୍ୟମା ରେ । ୧ । ବାର ପାରି ନାହିଁ ରେ ସୁକେଶୀ ବାରି ମଧ୍ୟେ ତୁ ଥିଲୁ ବିଳସି ଚାରିପାଶେ ଘେରିଥିଲେ ଦାସୀ ଭାରି ନିତମ୍ବ ସ୍ତନ ଜଘନ ସୁଷମାରେ । ୨ । ଶୁଣି ଶ୍ରୀକୃଷ୍ଣ ବିନୟ ବାଣୀ ହରଷରେ ସେ ରମଣୀମଣି ନିଧୂବନ ରଚିଲେ ସେକ୍ଷଣି ବୋଲେ ବସୁଦୁର୍ଗ ବସୁନ୍ଧରା ସୁତ୍ରାମା ରେ । ୫ ।
Writer(s): Kavisurya, Balakrishna Dash Lyrics powered by www.musixmatch.com
instagramSharePathic_arrow_out